ଆରମ୍ଭ ହେବ ଆଦିବାସୀ ଅଧିକାର ଅଭିଯାନ । ଆଜି ବିଶ୍ବ ଆଦିବାସୀ ଦିବସ । ନିଆରା ଢଙ୍ଗରେ ଦିବସ ପାଳିବ ବିଜୁ ଜନତା ଦଳ । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯିବ । ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ ହେବ । ଦେଖିବାକୁ ମିଳିବ ସେମାନଙ୍କ ସଭ୍ୟତା ଓ ବେଶଭୁଷାର ଝଲକ । ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବେ ବିଜେଡି ନେତା । ଏଥିପାଇଁ ବିଜେଡ଼ି ସୁପ୍ରିମୋ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଦୃଷ୍ଟି ଦେଇଛନ୍ତି । ପାଠପଢାରୁ ଆରମ୍ଭ କରି ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । କୋଭିଡ ଯୋଗୁଁ ଦୁଇ ବର୍ଷ ହେବ ଏହାକୁ ପାଳନ କରାଯାଇନଥିଲା । ଚଳିତବର୍ଷ କିନ୍ତୁ ସରକାରୀ ସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଏହାକୁ ଧୁମଧାମରେ ପାଳନ କରାଯିବ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ