ଆଜି ବିଜେପିରେ ସାମିଲ ହୋଇପାରନ୍ତି ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ । ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ବିଜେପିରୁ ଅଶୋକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ସେହିଭଳି ଅଶୋକଙ୍କ ସହ କଂଗ୍ରେସର କିଛି ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ଅଶୋକ ବିଜେପିରେ ସାମିଲ ହେଲେ କଂଗ୍ରେସକୁ ବଡ ଝଟକା ଲାଗିବ । କାରଣ ନିଜ ଗୃହ ଜିଲ୍ଲା ନାଦେଣ୍ଡ ସମେତ ଏହାର ପାଖ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଶୋକଙ୍କର ପତିଆରା ଯଥେଷ୍ଟ ଅଧିକ ରହିଛି । ମହାରାଷ୍ଟ୍ରରେ କଂଗ୍ରେସା କ୍ରାଇସିସ ମ୍ୟାନେଜର ଭାବେ ଜଣାଶୁଣା ଥିଲେ ଅଶୋକ । ଦୃଢ ସଙ୍ଗଠକ ଭାବେ ଜଣାଶୁଣା ଅଶୋକ ୨୦୧୪ରେ ମୋଦୀ ଲହରକୁ ପ୍ରତିହତ କରି ବିଜୟୀ ହେବାରେ ସକ୍ଷମ ହୋଇଥିଲେ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଅଶୋକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିଥିଲେ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ