The Topmost

“The eyes believe themselves, the ears believe other people.”

ଆଜି ବସିବ ମଣିପୁର ବିଧାନସଭା ଅଧିବେଶନ

ଅସ୍ଥିରତା ଓ ହିଂସା ଭିତରେ ଆଜି ବସିବ ମଣିପୁର ବିଧାନସଭା ଅଧିବେଶନ । ସେପଟେ ଅଧିବେଶନକୁ ବିରୋଧ କରିଛି ଆଦିବାସୀ ଏକତା କମିଟି ଓ ସ୍ବଦେଶୀ ଆଦିବାସୀ ନେତା ଫୋରମ ବା ଆଇଟିଏଲଏଫ । ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି ଏହି ଅଧିବେଶନରେ କୁକି ଓ ଜୋ ସମ୍ପ୍ରଦାୟର ବିଧାୟକ ଯୋଗଦେବା ଲାଗି ପରିସ୍ଥିତି ଅନୁକୂଳ ହୋଇନାହିଁ । ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିପଡିଛି । ସାଧାରଣ ଜନତାଙ୍କ ଜୀବନର ସୁରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗତ ମେ ମାସଠାରୁ ଜାରି ହିଂସାରେ ରାଜ୍ୟରେ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୨ ହଜାରରୁ ଅଧିକ ଘରକୁ ପୋଡିଦିଆଯାଇଛି । ଏପରିକି ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପତ୍ତି ବି ସୁରକ୍ଷିତ ରହିପାରିନାହିଁ । ଏହି ହିଂସା ଲାଗି ରାଜ୍ୟ ସରକାର ଦାୟୀ ଏବଂ ନୈତିକତା ଦୃଷ୍ଟିରୁ ସରକାର ଇସ୍ତଫା ଦିଅନ୍ତୁ ।