The Topmost

“The eyes believe themselves, the ears believe other people.”

ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ

ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଧାୟକ ଦଳ ବୈଠକ ବସିବ । ତେବେ ଗୃହରେ ଶାସକ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ସେହିପରି ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିବ । ବସିବାକୁ ଥିବା ବୈଠକରେ ମୁଖ୍ୟ ବିରୋଧୀ ବିଜେପି ଗୃହରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଅନ୍ୟପଟେ ଆଜି କଂଗ୍ରେସର ମଧ୍ୟ ବିଧାୟକ ଦଳ ବସିବ । ସକାଳ ୧୦ଟାରେ କଂଗ୍ରେସ ବିଧାୟକ ଦଳ ନେତା ନଂରସିହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗ ଗୃହରେ ଉଠାଇବ ସେ ସମ୍ପର୍କରେ ଆଲୋଚନା ହେବ ।