ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଆଜି ବସିବ କ୍ୟାବିନେଟ୍ ସବ୍-କମିଟିର ପ୍ରଥମ ବୈଠକ । ଲୋକସେବା ଭବନରେ ଦିନ ୧୧ଟାରେ ବସିବ ଏହି ବୈଠକ । ସବ କମିଟି ଅଧ୍ୟକ୍ଷ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ କକ୍ଷରେ ହେବ ବୈଠକ । ଦରମା ବୃଦ୍ଧି ନେଇ ଉପଦେଷ୍ଟା କମିଟିର ସୁପାରିଶକୁ କ୍ୟାବିନେଟ ସବ-କମିଟି ତର୍ଜମା କରିବ । ସୂଚନା ଅନୁସାରେ ଉପଦେଷ୍ଟା କମିଟିର ସୁପାରିଶ ପରେ ରାଜ୍ୟ ସରକାର ଗତ ମାର୍ଚ୍ଚ ୩୧ ତାରିଖରେ ଅଧିକ ଅନୁଧ୍ୟାନ ପାଇଁ କ୍ୟାବିନେଟ ସବ-କମିଟି ଗଠନ କରିଥିଲେ । କ୍ୟାବିନେଟ ସବ କମିଟିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ରାଜସ୍ବ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଆଇନମନ୍ତ୍ରୀ ସଦସ୍ୟ ଅଛନ୍ତି ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା