The Topmost

“The eyes believe themselves, the ears believe other people.”

ଆଜି ବର୍ଷର ସବୁଠାରୁ ଲମ୍ୱା ଦିନ

ଆଜି ଭାରତ ମନାଉଛି ଗ୍ରୀଷ୍ମ ସଂକ୍ରାନ୍ତି । ଇଂରାଜୀରେ ଏହାକୁ ସମର ସୋଲାଷ୍ଟିକ୍ ଡେ’ କୁହାଯାଏ । ଆଜି ଅର୍ଥାତ୍ ୨୦୨୩ର ଜୁନ୍ ୨୧ ତାରିଖ ସବୁଠାରୁ ଲମ୍ବା ଦିନ । ଆଜିର ଦିନରେ ଦିଲ୍ଲୀ ତଥା ଉତ୍ତର ଭାରତରେ ସୂର୍ଯ୍ୟ ଶୀଘ୍ର ଉଦୟ ହୋଇ ବିଳମ୍ବରେ ଅସ୍ତ ହୋଇଥାନ୍ତି । ସେଥିପାଇଁ ଆଜି ଦିନ ୧୨ ପରିବର୍ତ୍ତେ ୧୪ ଘଣ୍ଟା ହୋଇଥାଏ । ସାଧାରଣ ଦିନ ମାନଙ୍କରେ ଦିନ ଓ ରାତି ସମାନ ସମାନ ଅର୍ଥାତ୍ ୧୨-୧୨ ଘଣ୍ଟା ହୋଇଥାଏ । ୨୧ ଡିସେମ୍ବର ପରେ ରାତି ଛୋଟ ହୋଇଥାଏ ଓ ଦିନ ବଡ । କିନ୍ତୁ ୨୧ ଜୁନ୍ ରେ ଦିନ ସବୁଠାରୁ ବଡ ହୋଇଥାଏ । ଏହା ପରେ ଦିନର ସମୟ କମ୍ ହେବାରେ ଲାଗିଥାଏ ଓ ରାତି ଧୀରେ ଧୀରେ ବଢିଥାଏ । ଦିଲ୍ଲୀରେ ୨୧ ଜୁନ୍ ୨୦୨୩ ଦିନ ୧୩ ଘଣ୍ଟା ୫୮ ମିନିଟ୍ ହୋଇଥାଏ । ଦିଲ୍ଲୀ ଓ ଉତ୍ତରଭାରତରେ ଏହି ଦିନ ସୂର୍ଯ୍ୟୋଦୟ ୫ଟା ୨୩ ମିନିଟ୍ ଓ ସୂର୍ଯ୍ୟାସ୍ତ ୭ଟା ୨୧ ମିନିଟ୍ରେ ହୋଇଥାଏ । ତେବେ ୨୧ ଜୁନରେ ସେହି ଅଞ୍ଚଳ ଲୋକଙ୍କ ଲାଗି ବଡ ହୋଇଥାଏ, ଯେଉଁମାନେ ଭୂମଧ୍ୟରେଖା ଅର୍ଥାତ୍ ଇକ୍ୱେଟରର ଉତ୍ତର ଦିଗରେ ରହିଥାନ୍ତି । ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଏହା ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟଙ୍କ କିରଣ ସିଧା କର୍କଟ ରେଖା ଉପରେ ପଡିଥାଏ । ସେଥିପାଇଁ ଏହି ଦିନ ସୂର୍ଯ୍ୟଙ୍କ ଠାରୁ ପୃଥିବୀର ଏହି ଅଂଶକୁ ମିଳିଥିବା ଶକ୍ତି ୩୦ ପ୍ରତିଶତ ଅଧିକ ହୋଇଥାଏ ।

SHARE BY