ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଦିନ ୧୧ଟା ୪୦ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି । ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ବଦଳାଯିବ । ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ମଙ୍ଗଳବାର ରାତି ୩ଟାରେ ହେବ । ଆଦିତ୍ୟ ଏଲ-ୱାନକୁ ଶନିବାର ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ୬୩ ମିନିଟର ପ୍ରକ୍ରିୟା ପରେ କକ୍ଷପଥରେ ସ୍ଥାପିତ ହୋଇଥିଲା ଆଦିତ୍ୟ ଯାନ ।
“The eyes believe themselves, the ears believe other people.”
More Stories
ବ୍ରୋକଲି ଓ ଶାଗର କମ୍ବିନେସନ୍ ଦୂରାଏ ହୃଦରୋଗ ଆଶଙ୍କା
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ପିଲାଙ୍କ ଠାରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ