ଆଜି ଆସିବ ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଦଶମ, ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ କରିବେ ଗଣଶିକ୍ଷା ମନ୍ତ୍ରୀ । ଦିନ ୧୨ଟାରୁ ବୋର୍ଡ ଓ୍ବେବସାଇଟ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ । ସେହିପରି OR 10 space ରୋଲ୍ ନମ୍ବର ଲେଖି 5676750କୁ ଏସଏମଏସ କଲେ ଫଳ ଜଣାପଡ଼ିବ । ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଯେଉଁ ୩ ହଜାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରରେ ତ୍ରୁଟି ଥିଲା ସେମାନଙ୍କୁ ନିୟମ ଅନୁସାରେ ମାର୍କ ଦିଆଯାଇଛି । ନିର୍ଭୁଲ ମୂଲ୍ୟାୟନ ଉପରେ ଫୋକସ କରାଯାଇଛି । ଫଳ ପ୍ରକାଶ ପରେ କୌଣସି ଦ୍ବନ୍ଦ୍ବ ରହିଲେ ବୋର୍ଡ କଣ୍ଟ୍ରୋଲ ରୁମ ନମ୍ବର 0671-2415460ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା