ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଗତକାଲି ସନ୍ଧ୍ୟାରେ ସୀତାରମଣ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ସ୍ୱାଗତ କରିଥିଲେ । ସୀତାରମଣ ଆଜି ‘ମେ ଫେୟାର’ରେ ପୋଷ୍ଟ ବଜେଟ୍ ଆଲୋଚନାରେ ଭାଗ ନେବେ । କେନ୍ଦ୍ର ବଜେଟ୍ ୨୦୨୩-୨୪ର ବଜେଟର ସଫଳ ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇବେ ଅର୍ଥମନ୍ତ୍ରୀ । ପରେ ସେ ଭୁବନେଶ୍ୱର ଆଇଆଇଟିର ଅନୁଗୋଳ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ବି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ