The Topmost

“The eyes believe themselves, the ears believe other people.”

ଆଜି ପୁଣିଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଆଜି ପୁଣିଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ସୋନିଆ । ତେବେ ଗତକାଲି ଦୁଇ ରାଉଣ୍ଡରେ ସୋନିଆ ଗାନ୍ଧୀଙ୍କୁ ପଚରା ଉଚରା କରିଥିଲେ ଇଡି ଅଧିକାରୀ । ପୂର୍ବାହ୍ନରେ ପ୍ରଥମେ ୩ ଘଣ୍ଟା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିଥିଲେ । ପରେ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଇଡି ଅଧିକାରୀ କଂଗ୍ରେସ ଅଧ୍ୟକ୍ଷାଙ୍କୁ ପଚରା ଉଚରା କରିଥିଲେ । ନ୍ୟାସନାଲ ହେରାଲ୍ଡ ଖବରକାଗଜ ଦୁର୍ନୀତି ମାମଲାରେ ଆଜି ତୃତୀୟ ଥର ପାଇଁ ଇଡି ଜେରାକୁ ସାମ୍ନା କରିବେ ସୋନିଆ । ପ୍ରଥମେ ଜୁଲାଇ ୨୧ରେ ସୋନିଆ ଗାନ୍ଧୀଙ୍କୁ ଇଡି ଦୁଇ ଘଣ୍ଟା ଜେରା କରିଥିଲ। ।