() ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ହିନ୍ଦୁମାନଙ୍କର ଏହା ଏକ ବଡ ପର୍ବ । ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖର । ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କର ଭିଡ ଜମୁଛି । ଆଜିର ଦିନରେ ପବିତ୍ର ନଦୀ ଜଳରେ ସ୍ନାନ କରି ପୁଣ୍ୟଲାଭ କରନ୍ତି । ଏହାପରେ ଭଗବାନ ରାମଙ୍କୁ ପୂଜା କରନ୍ତି । ଅନେକ ବ୍ରତ-ଉପବାସ ରଖନ୍ତି । ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଆଜିର ଦିନରେ ଜନ୍ମ ହୋଇଥିଲେ । ତେଣୁ ଆଜିର ଦିନକୁ ରାମ ନବମୀ ଭାବରେ ପାଳନ କରାଯାଉଛି । ଭଗବାନ ଶ୍ରୀରାମ ଚନ୍ଦ୍ର ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ ।
More Stories
କେବେ ଖାଇଛନ୍ତି ଶ୍ରୀମନ୍ଦିରର ଅମୃତ ଲଡୁ
ରକ୍ଷା ବନ୍ଧନ କଲେ କଣ ମିଳେ ସୁଫଳ
ଅପୁତ୍ରିକ ମାନେ ନିଶ୍ଚୟ କରନ୍ତୁ ଏହି ଏକାଦଶୀ