ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକ ଯାତ୍ରା, ଲୀଳାଖେଳା ଶେଷ କରି ଆଜି ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି । ରାତିରେ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାହୁଡାଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ । ନବଦିନାତ୍ମକ ଯାତ୍ରା ଶେଷ କରି ଫେରୁଥିବାରୁ ବାହୁଡା ଯାତ୍ରା ଦେଖିବାକୁ ପୁରୀରେ ଭକ୍ତଙ୍କ ଗହଳି ବଢୁଛି । ବୁଧବାରର ବାହୁଡା ଯାତ୍ରା ପରେ ଗୁରୁବାର ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ