The Topmost

“The eyes believe themselves, the ears believe other people.”

ଆଜି ପବିତ୍ର ଅଶୋକାଷ୍ଟମୀ

ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ । ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ12ଟାରେ ମଙ୍ଗଳ ଆଳତି, 2ଟା ରେ ଭୋଗ ଲାଗି ଓ ପହଣ୍ଡି ପରେ 3ଟା ସମୟରେ ହେବ ରଥଟଣା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପ୍ରଚଣ୍ଡ ଖରା ଯୋଗୁଁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଦ୍ୟୁତ, ପରିମଳ ଆଦି ଦାୟିତ୍ୱ ବିଏମସି ନେଇଛି । ସୁରକ୍ଷା ଦାୟିତ୍ବରେ 12 ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହା ସହ ଟ୍ରାଫିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।