ଆଜି ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଅଗ୍ନି ପରୀକ୍ଷା । ଅପରାହ୍ନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ । ତାଙ୍କ ସରକାର ଆଜି ଆସ୍ଥା ଭୋଟ ଲୋଡ଼ିବ । ପ୍ରତିନଧି ସଭାର ସଭାମୁଖ୍ୟ ଦେବରାଜ ଘିମିରେ ଏହି ସୂଚନା ଦେଇଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟି ଏବଂ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଦହଲଙ୍କୁ ବହୁମତ ପ୍ରମାଣିତ କରିବାକୁ ପଡ଼ୁଛି । ଦହଲଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନେପାଳୀ କଂଗ୍ରେସ, ମାଓବାଦୀ କେନ୍ଦ୍ର, ଏକୀକୃତ ସମାଜବାଦୀ ସମେତ ୧୦ ରାଜନୈତିକ ଦଳର ସମର୍ଥନ ରହିଛି । ନେପାଳି କଂଗ୍ରେସ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଆସ୍ଥା ଭୋଟ ଦେବା ପାଇଁ ପ୍ରତିନିଧି ସଭାର ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍