ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ପୂର୍ବରୁ ୧୫ ତାରିଖରେ ନବୀନ ନିବାସ ଯାଇ ଦଳର ନେତା, ସଂଗଠନ ସଂପାଦକ ଏବଂ ଦଳୀୟ ପର୍ଯ୍ୟବେଶକଙ୍କ ଉପସ୍ଥିତିରେ ଆଲୋଚନା କରି ଫେରିଥିଲେ ଦୀପାଳି । ବିଜେଡି ସୁପ୍ରିମୋ ନବୀନଙ୍କ ଠାରୁ ଦଳୀୟ ଟିକେଟ ଗ୍ରହଣ କରି ଆସିବା ପରେ ସେ ଗଣମାଧ୍ୟମକୁ ଟିକେଟ୍ ଦେଖାଇଥିଲେ । ସେତେବେଳେ ଦୀପାଳି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛନ୍ତି, ବିଜୟୀ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ତିନି ପ୍ରମୁଖ ଦଳଙ୍କ ଭିତରେ ବିଜେଡି ପ୍ରଥମେ ଏହାର ପ୍ରାର୍ଥୀ ଘାଷଣା କରିଥିଲା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍