ଆଜି ସପ୍ତମୀ ତିଥି । ଆଜିଠୁ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ନେବେ । ଅର୍ଥାତ୍ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେଣୁ ଗୁଣ୍ଡିଚା ମନ୍ଦିରରେ ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି । ରଥଯାତ୍ରା ପରଠାରୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥିଲେ । ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ । ବାହୁଡା ଯାତ୍ରା ପୂର୍ବରୁ ଗତକାଲି ତିନି ରଥର ମରାମତି କାମ ଶେଷ ହୋଇଛ
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍