ଭୁବନେଶ୍ୱର: ଫେବୃଆରୀ ୨୮: ଆଜି ଓଡିଶାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ଦୁଇ ଦିନର ଗଣତି ଅନୁଯାଇ ବିଜେଡି ରାଜ୍ୟରେ ନିଜର ସତ୍ତା ବଜାୟ ରଖିଥିବା ନଜର ଆସିଛି । ତେବେ ତୃତୀୟ ପର୍ଯ୍ୟାୟ ମତଦାନର ଗଣତିରେ ମଧ୍ୟ ବିଜୁ ଜନତା ଦଳ ନିଜର ଦବଦବା ବଜାୟ ରଖିବ ବୋଲି ଆଶା କରାଯାଉଛି । ତେବେ ଚଳିତ ଥରର ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ । ବର୍ତ୍ତମାନର ଗଣତି ଅନୁଯାଇ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।ବିଜେଡି ୫୧୭ ସିଟ୍ରେ, ବିଜେପି ୩୧, କଂଗ୍ରେସ ୨୯ରେ ଏବଂ ଅନ୍ୟ ଦଳ ୭ଟି ସିଟରେ ବିଜୟୀ ହୋଇଛନ୍ତି ।୮୫୧ରୁ ୫୮୪ ଜିଲ୍ଲା ପରିଷଦ ଜୋନ୍ରେ ଏବେ ଯାଏଁ ଫଳାଫଳ ଆସିଛି । ଆଜି ଶେଷ ଦିନରେ ୨୩୧ ଜୋନ୍ରେ ଗଣତି ହେବ । ତେବେ ବିଜେଡି ଏଥର ମଧ୍ୟ ନିଜର ଦମଦାର ପ୍ରଚାର ଓ ପରଫରମାନ୍ସ କରି ଜନତାଙ୍କ ମନ ଜିତିବାରେ ସଫଳ ହୋଇଛି ବୋଲି କହିଛନ୍ତି ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ଆକାଶ-ବବି ମୁହାଁମୁହିଁ, ଯାଜପୁରରେ ଆଉ ନାହିଁ ବିଜେଡି ବଳ