ଡାକ୍ତରଖାନାରୁ ଡିସଚାର୍ଜ ହେବ ରାହୁଲ । ଏ ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ସମୟରେ ବୋରୱେଲରେ ଖସିପଡ଼ିଥିଲା ରାହୁଲ । ୫ ଦିନର ପରିଶ୍ରମ ପରେ ରାହୁଲଙ୍କୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ରାହୁଲକୁ ବିଳାସପୁର ଆପୋଲୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ରାହୁଲର ଚିକିତ୍ସା ହେବା ପରେ ରାହୁଲର ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ଉନ୍ନତି ଆସୁଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ତାଙ୍କ ଗାଁରେ ବ୍ୟାପକ ଆୟୋଜନ କରାଯାଇଛି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା