ଆଜି ଝାଡ଼ଖଣ୍ଡ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇରେନ୍ । ଏଥିପାଇଁ ଝାଡ଼ଖଣ୍ଡ ବିଧାନସଭା ଏକ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ୍ ବହୁମତ ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା ତାଙ୍କ ପାଖରେ ଥିବା ଦାବି କରିଛନ୍ତି । ଏପଟେ ଗିରଫ ହୋଇ ଇଡିର ହେପାଜତର ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁଏହି ଫ୍ଲୋର ଟେଷ୍ଟରେ ସାମିଲ୍ ହେବାକୁ ଅନୁମତି ମିଳିଛି । ହେମନ୍ତ ସୋରେନ୍, ଇସ୍ତଫା ଦେବା ପରେ ବିଧାୟକ କିଣାବିକା ଆଶଙ୍କାରେ ପ୍ରାୟ ୪୦ ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ତେବେବହୁମତ ପରୀକ୍ଷାରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ଥିବା ଜେଏମଏମ ଏବଂ ସହଯୋଗୀ ବିଧାୟକମାନେ ଆଜି ହାଇଦ୍ରାବାଦରୁ ରାଂଚିରେ ପହଂଚିବେ । ରାଂଜିରେ ପହଂଚିବା ପରେ ତାଙ୍କୁ ସର୍କିଟ ହାଉସର ରଖାଯିବ । ଝାଡ଼ଖଣ୍ଡ ରାଜ୍ୟପାଳ, ସିପି ରାଧାକ୍ରିଷ୍ଣନ ଚଂପାଇ ସୋରେନଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ୧୦ ଦିନର ସମୟ ଦେଇଥିଲେ ।
“The eyes believe themselves, the ears believe other people.”
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ