The Topmost

“The eyes believe themselves, the ears believe other people.”

ଆଜି ଝା‌ଡ଼ଖଣ୍ଡ ବିଧାନସଭାରେ ଆସ୍ଥା ପରୀକ୍ଷା

କେଜ୍ରିୱାଲଙ୍କ ରାସ୍ତାରେ ଯାଉଛନ୍ତି ସୋରେନ । ଆଜି ଝା‌ଡ଼ଖଣ୍ଡ ବିଧାନସଭାରେ ଆସ୍ଥା ପରୀକ୍ଷା । ସରକାରଙ୍କ ପ୍ରତି ସଂଖ୍ୟା ଦୃଷ୍ଟିରୁ କୌଣସି ବିପଦ ନଥିଲେ ମଧ୍ୟ କେଜ୍ରିୱାଲ ଯେଭଳି ଦିଲ୍ଲୀ ବିଧାନସଭାରେ ଆସ୍ଥା ‌ପରୀକ୍ଷା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ମଧ୍ୟ ଆଜି ସେଭଳି ଆୟୋଜନ କରିଛନ୍ତି । ତେବେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ମଧ୍ୟ ସମାନ । ସେମାନେ ସରକାରରେ ଅସ୍ଥିରତା ପାଇଁ ବିଜେପିକୁ ହିଁ ଦାୟୀ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆସ୍ଥା ଭୋଟ୍‌ର କୌଣସି ପ୍ରୟୋଜନ ନଥିଲେ ମଧ୍ୟ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମ ମେଣ୍ଟର ୫୨ ଜଣ ବିଧାୟକ ଅଛନ୍ତି । ଲାଞ୍ଚ ‌ଅଭିଯୋଗରେ କଂଗ୍ରେସର ୩ ଜଣ ବିଧାୟକ ନିଲମ୍ବିତ ହେବା ପୂର୍ବରୁ ମେଣ୍ଟର ସ୍ଥିତି ଏପରି ଥିଲା । କିନ୍ତୁ ନିଲମ୍ବନ ପରେ ମେଣ୍ଟର ବିଧାୟକଙ୍କ ସଂଖ୍ୟା ୪୯କୁ ହ୍ରାସ ପାଇଛି । ତେବେ ଆସ୍ଥା ଭୋଟ ଜିତିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୪୨ ।