ଆଜି ସନ୍ଧ୍ୟାରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବାବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରୁଥିବାରୁ ଆଜି ଚନ୍ଦ୍ରଯାନ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ । ଆଜି ସନ୍ଧ୍ୟା ୭ଟାରେ ଲୁନାର ଅରବିଟ ଇଞ୍ଜେକସନ ବା ଏଲଓଆଇ ସଂଗଠିତ ହେବ ଏବଂ ଚନ୍ଦ୍ରର ଅତି ନିକଟତର ପଏଣ୍ଟରେ ଏହା ଘଟିବ ବୋଲି କହିଛି ଇସ୍ରୋ । ଇସ୍ରୋ ପକ୍ଷରୁ କୁହାଯାଇଛି- ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ସାଧାରଣ ରହିଛି ଏବଂ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି । ତେବେ ଆସନ୍ତା ୧୭ଦିନ ଚନ୍ଦ୍ରୟାନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଗତ ୧ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଚେଷ୍ଟା ବି କରାଯାଇଥିଲା । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବାବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ