କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ମାମଲାରେ ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ମୋଦି ସାଙ୍ଗିଆ ମାମଲାରେ ନିମ୍ନକୋର୍ଟ ରାୟକୁ ସେସନସ କୋର୍ଟ ଗତ ଏପ୍ରିଲ 20 ତାରିଖରେ କାଏମ ରଖିବା ପରେ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ମାମଲା ଲଢୁଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିବାକୁ ଜଷ୍ଟିସ ଗୀତା ଗୋପୀ ଅଗ୍ରାହ୍ୟ କରିବା ପରେ ବିଚାର ଭାର ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କୁ ଦିଆଯାଇଛି । ଗତ 13 ଏପ୍ରିଲ 2019ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା 499, 500 ଓ 504 ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ 23 ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ