The Topmost

“The eyes believe themselves, the ears believe other people.”

ଆଜି ଗଗନାୟନ ମିଶନର ପ୍ରଥମ ପରୀକ୍ଷଣ

ଆଜି ଗଗନାୟନ ମିଶନର ପ୍ରଥମ ପରୀକ୍ଷଣ । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣଟି ୯ ମିନିଟ ପର୍ଯ୍ୟନ୍ତ ଚାଲିବ । ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ଗଗନୟାନ ମିଶନର ଟେଷ୍ଟ କରିବାକୁ ଯାଉଛି । ଏହି ମିଶନରେ ୩ ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ । ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ । ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଆଣାଯିବ । ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ । ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ କୃ ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରେ ବାହନଠାରୁ ଅଲଗା ହୋଇଯିବ । ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।