The Topmost

“The eyes believe themselves, the ears believe other people.”

ଆଜି କେ. କବିତାଙ୍କୁ ଜେରା

ଦିଲ୍ଲୀ ମଦ ନୀତି ମାମଲା । ଆଜି ବିଆରଏସ ନେତ୍ରୀ କେ. କବିତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୧୧ ତାରିଖରେ କବିତାଙ୍କୁ ଇଡି ଦୀର୍ଘ ୯ଘଣ୍ଟା ଧରି ଜେରା କରିଥିବାବେଳେ ଆଜି ପୁଣି ଥରେ କବିତାଙ୍କୁ କରାଯିବା ମାରାଥନ ଜେରା । ଆପର ବିଜୟ ନାୟାରଙ୍କୁ ସାକ୍ଷାତ କରିବା, ଦିଲ୍ଲୀର ଅନେକ ରିଟେଲ ଜୋନକୁ ନିୟନ୍ତ୍ରଣରେ ରଖିଥିବା ଇଣ୍ଡୋସ୍ପିରିଟ ଗ୍ରୁପର ସମୀର ମହେନ୍ଦ୍ରୁଙ୍କ ସହ ସମ୍ପର୍କ, ଆପର ନେତାଙ୍କୁ ୧୦୦କୋଟି ଟଙ୍କା ଅଗ୍ରୀମ ପ୍ରଦାନ ଆଦି ଅଭିଯୋଗ ସମ୍ପର୍କରେ ଜେରା କରିବା ଇଡି ।