() ଆଜି ଓ୍ୱାୟନାଡ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରନେମ ମାମଲାରେ ସାଂସଦ ସଦସ୍ୟତା ରଦ୍ଦ ପରେ ଓ୍ୱାୟନାଡ଼ ଗସ୍ତରେ ପ୍ରଥମ ଥର ପାଇଁ ଯିବେ ରାହୁଲ । ଓ୍ବାୟନାଡର ପୂର୍ବତନ ସାଂସଦଙ୍କୁ ଭରପୂର ସ୍ବାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି କରାଯାଇଛି । ରାହୁଲଙ୍କୁ ସ୍ବାଗତ କରିବା ଲାଗି କଂଗ୍ରେସ, ଆଇୟୁଏମଏଲ, କେରଳ କଂଗ୍ରେସ, କେସି-ଜେ, ଏନସିକେ ଆଦି ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଓ୍ବାୟନାଡ ଅନ୍ତର୍ଗତ କାଲପେଟ୍ଟାରେ ସ୍ବାଗତ ସମ୍ବର୍ଦ୍ଧନା ଅବସରରେ ଏକ ସାଧାରଣ ସଭା ଓ ରୋଡ ସୋ’ର ଆୟୋଜନ କରାଯାଇଛି । ସାଧାରଣ ସଭା ଓ ରୋଡ ସୋ’ର ନେତୃତ୍ବ ନେବେ କେରଳ କଂଗ୍ରେସ ସଭାପତି କେ. ସୁଧାକରନ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ