ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଜାତୀୟତାବାଦୀ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା, ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧା, ବାଗ୍ମୀ ଉତ୍କଳମଣି ଗୋପବନ୍ଧୁ ଦାସ । ନୈତିକତାସମ୍ପନ୍ନ ରାଜନୀତି, ସାହିତ୍ୟ, ସାମ୍ବାଦିକତାର କିମ୍ବଦନ୍ତୀ ପୁରୁଷ ପୁଣ୍ୟାତ୍ମା ଗୋପବନ୍ଧୁ । ୧୮୭୭ ମସିହା ଅକ୍ଟୋବର ୯ରେ ପୁରୀ ଜିଲ୍ଲାର ସୋଆଣ୍ଡୋରେ ଜନ୍ମଲାଭ କରିଥିଲୋ । ଦାରିଦ୍ର୍ୟ ଭିତରେ ରହି ମଧ୍ୟ ସେ କୋଟିପ୍ରାଣରେ ଆଣିଥିଲେ ଜାଗରଣ । ଜାତୀୟତା ବାର୍ତ୍ତାଧର୍ମୀ ସାହିତ୍ୟ ରଚନା, ହଇଜା ପୀଡ଼ିତ ଲୋକମାନଙ୍କର ସେବା, ପରିବେଶ ପରିଚ୍ଛନ୍ନତା ଆଦି କାର୍ଯ୍ୟରେ ନିଜକୁ ବ୍ରତୀ କରିଥିଲେ ଗୋପବନ୍ଧୁ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ ରଥୀ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ନେଇଥିଲେ ପ୍ରମୁଖ ଭୂମିକା । ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଯେଉଁମାନ ଆନ୍ଦୋଳନରେ ସାମିଲ ଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଗୋପବନ୍ଧୁ । ଗୋପବନ୍ଧୁଙ୍କ ପରି ଜଣେ ମହାନ ଜନସେବୀଙ୍କୁ ଜନ୍ମ ଦେଇ ଅନେକ ଗରିମା ସାଉଁଟିଛି ସୁଆଣ୍ଡୋ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ