The Topmost

“The eyes believe themselves, the ears believe other people.”

ଆଜି ଇଡିରେ ହାଜର ହେବେନି କେ. କବିତା

ଦିଲ୍ଲୀ ଏକ୍ସସାଇଜ ପଲିସି ମାମଲା । ତେଲେଙ୍ଗାନା ଯାଏଁ ଲମ୍ବିଛି ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମ । ଏହି ମାମଲାରେ ପୁଣି ଥରେ ଜେରା ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତା । ଆସନ୍ତା ୧୧ ତାରିଖରେ ସେ ଇଡିରେ ହଜାର ହେବେ ବୋଲି କେ କବିତା ଟୁଇଟ କରି ସୂଚନା ଦେଇଛନ୍ତି । ମାର୍ଚ୍ଚ ୯ ତାରିଖରେ ହାଜର ହେବାକୁ ଇଡି ସମନ ପଠାଇଥିଲା । ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି । ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁପ ରାମଚନ୍ଦ୍ର ପିଲାଇଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛି । ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି । ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ ।