ଆୟକର ଦାଖଲ କରୁଥିବା ଲୋକଙ୍କ ପାଇଁ ଆଜି ଶେଷଦିନ । ଏଥିରେ ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇ ନାହିଁ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିନାହିଁ । ଆଜି ଶେଷ ଦିନରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି । ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ ଦାଖଲ ହୋଇଥିଲା । ୨୦ ଜୁଲାଇ ସୁଦ୍ଧା ୨ କୋଟି ପର୍ଯ୍ୟନ୍ତ ଆଇଟି ରିଟର୍ଣ୍ଣ ଫାଇଲ ହୋଇଥିଲା । ବାର୍ଷିକ ଆୟ ୫ ଲକ୍ଷ ହୋଇଥିଲେ କରଦାତାଙ୍କୁ ଏକ ହଜାର ତଣ୍ଡ ଗଣିବାକୁ ପଡେ । ଯଦି ଏହା ୫ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥାଏ ତେବେ ୫ ହଜାର ଜୋରିମାନା ଦେବାକୁ ପଡିଥାଏ । ଆଜି ସୁଦ୍ଧା ୭ କୋଟି ରିଟର୍ଣ୍ଣ ଆଶା କରାଯାଉଛି । ଗତ ଦୁଇବର୍ଷ କରୋନା ପାଇଁ ଆୟକର ରିଟର୍ଣ୍ଣ ଅବଧିକୁ ବଢାଇଥିଲେ ସରକାର । ଏଥର କିନ୍ତୁ ଅବଧି ବଢାଯିବ ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ