ରହସ୍ୟ ଘେରରେ ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ । ତେବେ ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ । ମୃତ୍ୟୁକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ରହସ୍ୟ ଘେରରେ ଘଟଣା । ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିବା, ଏବଂ ମୋବାଇଲ ହ୍ୱାଟ୍ସଆପରୁ ପରିବାରବର୍ଗଙ୍କୁ ମେସେଜ କରିବା ଭଳି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯାହାକୁ ନେଇ ଆତ୍ମହତ୍ୟା ପଛର କାରଣ ରହସ୍ୟ ଘେରରେ ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍