The Topmost

“The eyes believe themselves, the ears believe other people.”

ଆଜି ଆସିବ ରାଜ୍ୟ ବଜେଟ୍

ଆଜି ବିଧାନସଭାରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଫୋକସରେ ରହିବ ଚାଷୀ, ଶିଶୁ ଓ ମାଆଙ୍କ ପୁଷ୍ଟିସାଧନ, ଭିତ୍ତିଭୂମି ବିକାଶ । ଏଥର ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ କୃଷି କ୍ଷେତ୍ରରେ ବ୍ୟୟବରାଦ ୭ ପ୍ରତିଶତ ହ୍ରାସ କମାଇଛନ୍ତି । ଅନ୍ୟପଟେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ବଜେଟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟ ବରାଦ କରିବା ନେଇ ଆଶା କରାଯାଉଛି । ସେହିପରି ଚାଷୀଙ୍କର ଫସଲର ସୁରକ୍ଷା ପାଇଁ କିଛି ନୂଆ ଯୋଜନା ବଜେଟରେ ଆସିପାରେ । ଏହା ସହିତ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ଓ ସାମାଜିକ କ୍ଷେତ୍ର, ଶିଳ୍ପ ଓ ମହିଳା ସଶକ୍ତିକରଣକୁ ବଜେଟରେ ଗୁରୁତ୍ବ ମିଳିବ ।

SHARE BY