କିଏ ଗଢ଼ିବ ତିନି ଉତ୍ତର-ପୂର୍ବ ରାଜ୍ୟରେ ସରକାର । ଆଜି ଆସିବ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ଫେବୃଆରୀ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ମତଦାନ ପରେ ଏଗଜିଟ୍ ପୋଲ ଆସିଥିଲା । ଏଗଜିଟ୍ ପୋଲ ଅନୁସାରେ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି କ୍ଷମତାରେ ରହିପାରେ । ତେବେ ମେଘାଳୟରେ କୌଣସି ଦଳକୁ ବହୁମତ ମିଳିନାହିଁ । ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ