The Topmost

“The eyes believe themselves, the ears believe other people.”

ଆଜି ଆସିପାରେ ମୌସୁମୀର ସ୍ପଷ୍ଟ ଚିତ୍ର

ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଏହା ୪୦ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଜିଯାଏଁ କେରଳ ଛୁଇନାହିଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଏହା କେବେ କେରଳ ଛୁଇଁବ ସେ ନେଇ ଆଜି ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ଆରବ ସାଗରରେ ପଶ୍ଚିମା ପବନର ପ୍ରଭାବ ବୃଦ୍ଧି ସହିତ ପାଣିପାଗ ସ୍ଥିତି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ହେବାରେ ଲାଗିଛି । ତେଣୁ ଖୁବଶୀଘ୍ର ମୌସୁମୀ କେରଳ ଛୁଇଁବ ବୋଲି ଆଇଏମଡିି ପକ୍ଷରୁ କୁହାଯାଇଛି ।