ଆଦାନୀ ଗ୍ରୁପ ବନାମ ହିଣ୍ଡେନବର୍ଗ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଘଟଣାର ତଦନ୍ତ ଲାଗି ଏକ ଏକ୍ସପର୍ଟ ପ୍ୟାନେଲ ଓ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ବା ସେବିକୁ ନିର୍ଦ୍ଦେଶ ଦେବାର ପ୍ରାୟ ମାସକ ପରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି.ଏସ. ନରସିହ୍ମା ଓ ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ଦ୍ବାରା ସିକ୍ୟୁରିଟି ଆଇନର କୌଣସି ଉଲ୍ଲଂଘନ ହୋଇଛି କି ନାହିଁ ତାହାର ଯାଞ୍ଚ ଲାଗି ଗତ ମାର୍ଚ୍ଚ ୨ ତାରିଖରେ ସେବିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ମାର୍କେଟ ଭାଲ୍ୟୁ ପ୍ରାୟ ୧୪୦ ବିଲିୟନ ଡଲାର କ୍ଷତିଗ୍ରସ୍ତ ହୋଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ