ଆଜି ହିରୋସିମା ଦିବସ । ଅଗଷ୍ଟ ୬, ୧୯୪୫ରେ ସାରା ବିଶ୍ବକୁ ଚମକାଇ ଦେଇଥିଲା ହିରୋସିମା ଆଟାକ୍ । ଏହିଦିନ ଆମେରିକାର ଆଣବିକ ବୋମାରେ ତରଳି ଯାଇଥିଲା ଜାପାନର ମେଗା ସିଟି । ଆଖି ପିଛୁଳାକେ ପାଉଁଶ ହୋଇ ଯାଇଥିଲେ ପ୍ରାୟ ଦେଢ଼ ଲକ୍ଷ ଲୋକ । ଆର୍ତ୍ତଚିତ୍କାର ଭିତରେ ଥରି ଉଠିଥିଲା ଜାପାନ ସହର । ଲିଟିଲ ବଏ ନାମକ ବୋମା ସମଗ୍ର ଜାପାନକୁ ଥରାଇ ଦେଇଥିଲା । ଯାହାର ଓଜନ ଥିଲା ୪ ହଜାର ୪୦୦ କେଜି ଏବଂ ଲମ୍ବା ଥିଲା ୧୦ ଫୁଟ । ତେବେ ଏତିକିରେ ଶାନ୍ତ ହୋଇ ନଥିଲା ଆମେରିକା । ଏହାର ୩ ଦିନ ପରେ ଜାପାନର ଅନ୍ୟତମ ସହର ନାଗାସାକିରେ ପକାଇଥିଲା ଆଉ ଏକ ବୋମା- ଫ୍ୟାଟ ମ୍ୟାନ । ଯେଉଁଥିରେ କି ପ୍ରାୟ ୮୦ ହଜାର ଲୋକଙ୍କ ଜୀବନ ଚାଲି ଯାଇଥିଲା । ଏହି ପରମାଣୁ ବିସ୍ଫୋରଣରେ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ୨ ସହର । ପରମାଣୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ ଲୋକ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ