ଆଜି ଫନି ବାତ୍ୟାକୁ ପୂରିଛି ୪ ବର୍ଷ । ୨୦୧୯ ମସିହା ଆଜିର ଦିନରେ ବାତ୍ୟା ଫନି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ କ୍ଷତି ଘଟିଥିଲା । ସହରକୁ ଖିନଭିନ୍ କରି ଦେବା ସହ ସବୁଜିମା ଭରା ଭୁବନେଶ୍ୱରକୁ ଏକ ଥଣ୍ଡା ସହରରେ ପରିଣତ କରିଦେଇଥିଲା । ଫନି ପରେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ସହରରେ ଅନେକ ଦିନ ଧରି ବିଦ୍ୟୁତ ଆସିନଥିଲା । ଇଣ୍ଟରନେଟ ସେବା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଫନିରେ ବିଦ୍ୟୁତ ବିଭାଗର ଅଣ୍ଟା ଭାଙ୍ଗିଯାଇଥିଲା । ଏହି ବାତ୍ୟାକୁ ଆଜି ୪ ବର୍ଷ ପୂରିଥିବା ବେଳେ ଚଳିତ ବର୍ଷ ପୁଣି ଏକ ବାତ୍ୟା ଭୟ ଘାରିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା