ଆରାଧ୍ୟ ଦେବତାଙ୍କ ପାଇଁ ପୂରା ଓଡ଼ିଶା ଉତ୍ସବ ମୁଖର । ଆସନ୍ତା ୧୭ରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଏଥିପାଇଁ ଆଜିଠୁ ୧୭ ତାରିଖ ଯାଏ ଗାଁରୁ ସହର ବୁଲିବ ଜଗନ୍ନାଥ ରଥ । ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଅରୁଆ ଚାଉଳ । ସାହିରୁ ଗଳିକନ୍ଦି, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବେ ସଂକୀର୍ତ୍ତନ ମଣ୍ଡଳୀ । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରିବେ । ଏହାକୁ ଗାଁର ଜଗନ୍ନାଥ ମନ୍ଦିରରେ ରଖାଯିବ । ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସବୁ ପଞ୍ଚାୟତରୁ ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ପରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଜଗନ୍ନାଥ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି। ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ମହାପ୍ରଭୁଙ୍କୁ ସମର୍ପଣ କରାଯିବ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ