କେମିତି ହେଉଛି ବିଦ୍ୟାଳୟ ରୂପାନ୍ତରଣ, ଦେଖିବେ ଅଭିଭାବକ । ଆଜିଠୁ ୨୦ ତାରିଖ ମଧ୍ୟରେ ବିଦ୍ୟାଳୟ ସ୍ତରରେ ହେବ ସୃଜନଶୀଳତା ଉତ୍ସବ । ଦିନିକିଆ ସୃଜନଶୀଳତା ଉତ୍ସବରେ ସାମିଲ ହୋଇ ବିଦ୍ୟାଳୟ ରୂପାନ୍ତରଣର ସଫଳତା ଦେଖିବେ ଅବିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀ । ପର୍ଯ୍ୟାୟ କ୍ରମେ ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି । ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ସହ ପାଠାଗାର, ପରୀକ୍ଷାଗାର ଆଦି ଉପଲବ୍ଧ ହୋଇଛି । ଆଧୁନିକ ଭିତ୍ତିଭୂମିରେ ପିଲା ପାଠ ପଢୁଛନ୍ତି । ବିଦ୍ୟାଳୟ ଗୁଡ଼ିକର ଏହି ରୂପାନ୍ତରଣ ଦୃଶ୍ୟ ଦେଖିବେ ଅବିଭାବକ ଓ ପୁରାତନ ଛାତ୍ରଛାତ୍ରୀ । ସ୍କୁଲ ରୂପାନ୍ତରୀକରଣର ସଫଳତା ଦେଖିବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ଆକାଂକ୍ଷୀ ପାଠ୍ୟକ୍ରମ ଏବଂ ଏହାର ଉପାଦାନଗୁଡ଼ିକ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିବେ । ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବିବିଧ ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରଦର୍ଶନ କରାଯିବ । ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନବମ ଓ ଦଶମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ ଅଧୀନରେ ନିଜ ପୁସ୍ତକ ପ୍ରସ୍ତୁତ କରିବେ । କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ପରିସର, ଶ୍ରେଣୀ ଗୃହ ଏବଂ ଅଡିଟୋରିୟମ ଆଦିକୁ ପ୍ରମୁଖ ପ୍ରଦର୍ଶନୀ କ୍ଷେତ୍ର ଭାବେ ବ୍ୟବହାର କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା