ଆଜିଠୁ ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଆସନ୍ତା ୪ ତାରିଖ ଯାଏଁ ସିବିଆଇ ହେପାଜତରେ ରହିବେ ସିସୋଦିଆ । ଗତକାଲି ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ସିସୋଦିଆଙ୍କ ଲାଗି ମାମଲା ଲଢୁଥିବା ଆଇନଜୀବୀ ଦାୟନ କ୍ରିଷ୍ଣାନନ ସିବିଆଇର ଯୁକ୍ତିକୁ ଖଣ୍ଡନ କରିଛନ୍ତି । ସିବିଆଇ ମନଗଢା କଥାମାନ କହୁଛି ବୋଲି ସେ ଅଭିଯୋଗ କରିଛନ୍ତି । ମେ ୨୦୨୧ରେ ତତକାଳୀନ ଏଲଜି ମଦ ନୀତିରେ ସ୍ବାକ୍ଷର କରିଥିବା ବେଳେ ଏହାକୁ କାହିଁକି ଲୁଚାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ସିସୋଦିଆଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଦେଶର ଅଧିକାଂଶ ସ୍ଥାନରେ ଆପ୍ କର୍ମୀ ବିକ୍ଷୋଭ କରିଥିଲେ । ଗଣତନ୍ତ୍ରକୁ ହତ୍ୟା କରି କେନ୍ଦ୍ର ସରକାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛି ବୋଲି ଆପ୍ ଅଭିଯୋଗ କରିଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍