ଆଉ ଧବଳେଶ୍ବରପୀଠକୁ ଯିବାରେ ହେବନି ସମସ୍ୟା । ଆଜିଠୁ ସହଜ ହେବ ବାବା ଧବଳେଶ୍ବରଙ୍କ ଦର୍ଶନ । କଂକ୍ରିଟ ବ୍ରିଜ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ବ୍ରିଜ କାର୍ଯ୍ୟ ପ୍ରାୟ ଶେଷ ହୋଇଥିଲେ ମଧ୍ୟ ଉଦଘାଟିତ ହୋଇନାହିଁ । ତଥାପି ଭକ୍ତଙ୍କୁ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି । ଏବେ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ସମୟରେ ହଜାର ହଜାର କାଉଡ଼ିଆ ବାବାଙ୍କ ଉପରେ ପାଣି ଢାଳିବାକୁ ମାନସିକ ରଖିଥାନ୍ତି । ଏଣୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେତୁରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଅନୁମତି ଦିଆଯାଇଛି । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତୀ ସମୟରେ ଏହାର ଲୋକାର୍ପଣ କରାଯିବ । ପୂର୍ବରୁ ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା