The Topmost

“The eyes believe themselves, the ears believe other people.”

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ଏଥର ବେଶ୍‌ ସରଗରମ ରହିବ ଗୃହ। ବିବାଦୀୟ ଅଗ୍ନିପଥ ଯୋଜନା, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଏପଟେ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି କରିଛି ଶାସକ ଦଳ । ଅଗଷ୍ଟ ୧୨ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ୨୪ଟି ବିଲ୍ ଆଣିବେ କେନ୍ଦ୍ର ସରକାର। ଗୃହରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବିଜେଡି । ଏଥିପାଇଁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, କୋଇଲା ରୟାଲିଟି, ବଳକା ଉଷୁନା ଚାଉଳ ପ୍ରସଙ୍ଗ ଉଠାଇବ ବିଜେଡି । ୨୦୨୧-୨୨ ଖରିଫ ବର୍ଷର ବଳକା ୫ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଣ, ୫୮ ପ୍ରତିଶତ ଗ୍ରେଡରୁ ନିମ୍ନ ଖଣିଜ ଓ ଧାତବ୍ୟ ଦ୍ରବ୍ୟ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ୧ଲକ୍ଷ ୮୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣ ପାଇଁ କେନ୍ଦ୍ରରେ ଚାପ ସୃଷ୍ଟି କରିବେ ବିଜେଡି ସାଂସଦ ।