ଆଜିଠୁ ରାୟଗଡ଼ାରେ ଗଡ଼ିବ ଐତିହାସିକ ଲକ୍ଷ୍ମୀ ବସ୍ । ଗମନାଗମନ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ ଲକ୍ଷ୍ମୀ ବସ ଚଳାଚଳ କରିବ । ଯୋଗାଯୋଗ ବ୍ୟବସ୍ଥା ନଥିବା ୧୮୨ଟି ପଞ୍ଚାୟତର ୩୯ଟି ରୁଟରେ ୫୨ ଗୋଟି ଲକ୍ଷ୍ମୀ ବସ ଯାତାୟାତ କରିବ। ଏହାଦ୍ବାରା ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଦୁଆରୁ ସହରକୁ ଯାଇପାରିବେ ଜନସାଧାରଣ। ଲକ୍ଷ୍ମୀ ବସ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍