ଆଜିଠୁ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ । ୧୦ଟାରୁ ଅପରାହ୍ନ ୧ଟା ଯାଏଁ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜିଠାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ, ମେ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶିତ ହେବ । କପି ରୋକିବା ସହିତ ଶୃଙ୍ଖଳିତ ପରୀକ୍ଷା କରାଇବାକୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ପରୀକ୍ଷା ହେବାର ୩୦ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ମାନେ ପରୀକ୍ଷାକେନ୍ଦ୍ରରେ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ କେବଳ କଳା ବଲପଏଣ୍ଟ ପେନ ଏବଂ ଆଡ଼ମିଟ୍ କାର୍ଡ ନେଇ ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ହଲ ମଧ୍ୟକୁ ପ୍ରବେଶ କରିବେ ।
“The eyes believe themselves, the ears believe other people.”
More Stories
ମହାନଦୀ ଟ୍ରିବ୍ୟୁନାଲ ପାଇଁ ଖର୍ଚ୍ଚ ଅଟକଳ 26 କୋଟି
ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବ ନୂଆ ନିଯୁକ୍ତି ସୁଯୋଗ
ଓଡ଼ିଶାରେ ଲାଗୁହେଲା ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪