ମାଘସପ୍ତମୀ ଅବସରରେ ଆଜିଠୁ ଆରମ୍ଭ ପ୍ରସିଦ୍ଧ ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା । ୯ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ସାଧୁମୟ ହୋଇଛି ଖଣ୍ଡିଗିରି, ନାଗା, ବୈଷ୍ଣବ, ଗୌଡୀୟ ବାବାମାନଙ୍କ ସମାଗମ ହୋଇଛି । ଆଜି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁସନ୍ଥ ମାନେ ବୁଡ ପକାଇବା ସହିତ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ । ମା ବାରଭୁଜାଙ୍କ ପୀଠରେ ରାମଚରିଚ ମାନସପରାୟଣ ହେବ । ରାଜ୍ୟର ସବୁଠାରୁ ପ୍ରସିଦ୍ଧ ମେଳା କୁହାଯାଉଥିବା ଖଣ୍ଡଗିରି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଗାଡ଼ି ପାର୍କିଂ ଠାରୁ ଆରମ୍ଭ କରି ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ସେପଟେ ଖଣ୍ଡଗିରି ମେଳା ଅବସରରେ ୯ଦିନ ଧରି ଅପେରା ଲଢେଇର ମଜା ଉଠାଇବେ ରାଜଧାନୀ ବାସୀ । ଖଣ୍ଡଗିରି କୁମ୍ଭମେଳାର ରାଜ୍ୟର ୧୨ଟି ପ୍ରମୁଖ ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବେ । ୧୮ ତାରିଖରୁ ୨୯ ତାରିଖ ଯାଏଁ ଯାତ୍ରାଯୁଦ୍ଧ ହେବ । ଏଥର ୮ଟି ମଇଦାନରେ ୧୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ପରିବେଷଣ କରିବେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି