ଆଜିଠୁ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା ଆରମ୍ଭ । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୩ରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଡିଷ୍ଟାନ୍ସ ଏଜୁକେସନ୍ ବିଭାଗର ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟର ପରୀକ୍ଷା ଚାଲିବ । ୧୪ ତାରିଖରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ବିଷୟର ପରୀକ୍ଷା କରାଯିବ । ଯେଉଁ ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍ କରିଥିବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ୩୨ଟି ପରୀକ୍ଷା କେନ୍ଦ୍ରରେ ୧୧୯୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ । ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଥିବା ବେଳେ ଭୁବନେଶ୍ବର ଓ ରାଉରକେଲାରେ ଅତିରିକ୍ତ କେନ୍ଦ୍ର ହୋଇଛି । ପରୀକ୍ଷାର ସୁପରିଚାଳନା ଲାଗି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି । ଜୋନ୍ସ୍ତରରେ ଗଠିତ ହୋଇଥିବା ସ୍କ୍ବାଡ୍ର ସଦସ୍ୟମାନେ ଅଚାନକ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରିବା ସହ କପି ଯାଞ୍ଚ କରିବେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି