ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ୧୩ ତାରିଖ ଯାଏଁ ନାମ ଲେଖାଇବେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ନାମଲେଖା ହେବ । ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ । ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ସୁଯୋଗ ପାଇବେ । ଗୋଟିଏ ଘଣ୍ଟାରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଲଟ୍ ପ୍ରଦାନ କରାଯାଇଛି । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ନାମ ଲେଖା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ସଂସ୍କୃତରେ ୭ହଜାର ୭୭୯ ଏବଂ ଧନ୍ଦାମୂଳକରେ ୫ହଜାର ୨୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ପିଲା ଦ୍ବିତୀୟ ପର୍ଯ୍ୟାୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ମନୋନୀତ ହୋଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା