ଆଜିଠୁ ଆରମ୍ଭ ଯୁକ୍ତଦୁଇ ପାଠପଢା । ଆଜି ପ୍ରଥମ ଦିନରେ ହେବ ଇଣ୍ଡକ୍ସନ କ୍ଲାସ । ପ୍ରତି ଶିକ୍ଷାନୁଷ୍ଠାନରେ ଆୟୋଜନ ହେବ ପ୍ରବେଶ ଉତ୍ସବ । ପ୍ରଥମେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବ । ପରେ ସମସ୍ତଙ୍କୁ ଏକାଠି କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ପ୍ରଥମ କ୍ଲାସ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅବଗତ କରାଯିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ପରିଚିତ କରାଯିବ । ସିଲାବସ, ପରୀକ୍ଷା ପ୍ରଶ୍ନ ଢାଞ୍ଚା ଏବଂ କଲେଜର ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ନବାଗତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ପିଲାଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯିବ । ତେବେ ଅଗଷ୍ଟ ୧୪ସୁଦ୍ଧା ବାଧ୍ୟତାମୂଳକ ହେବ ୟୁନିଫର୍ମ ଓ ଆଇକାର୍ଡ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ