The Topmost

“The eyes believe themselves, the ears believe other people.”

ଆଜିଠୁ ଭୁବନେଶ୍ବର-ଗୌହାଟୀ ସିଧାସଳଖ ଫ୍ଲାଇଟ୍

ଓଡ଼ିଶା ସହ ସିଧାସଳଖ ଯୋଡ଼ି ହେବ ଗୌହାଟୀ । ଆଜିଠାରୁ ଚାଲିବ ଡାଇରେକ୍ଟ ଫ୍ଲାଇଟ୍ । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶା । ସପ୍ତାହର ସବୁଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ଏଣିକି ସମୟ ବଞ୍ଚିବା ସହ କାମ ସହଜ ହେବ ବୋଲି କହିଛନ୍ତି ଯାତ୍ରୀ ।