ଆଜିଠୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶତକୀୟ ଟେଷ୍ଟ୍ ମୁକାବିଲା । ପୋର୍ଟ ଅଫ୍ ସ୍ପେନରେ ଏହି ମ୍ୟାଚ ଖେଳାଯିବ । ଏହି ଟେଷ୍ଟ୍ ଚଳିତ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମୁକାବିଲା। ପ୍ରଥମ ଟେଷ୍ଟରେ ବିଜୟ ସହ ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଭାରତ ଶୃଙ୍ଖଳା ଜିତିବା ସମ୍ଭାବନା ଅଧିକ ଥିବାବେଳେ ଘରୋଇ ଦଳ ନିଶ୍ଚିତ କିଛିଟା ଲଢ଼େଇ କରିବାକୁ ଆଶା ରଖିବ । ଡୋମିନିକାରେ ଭାରତୀୟ ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ସ୍ପିନ ବୋଲରଙ୍କ ରାଜୁତି ରହିବା ସମ୍ଭାବନା ଅଧିକ । ସେପଟେ ପ୍ରଥମ ଟେଷ୍ଟରେ ୭୬ ରନ୍ କରିଥିବା ବିରାଟ କୋହଲିଙ୍କଠାରୁ ୨୦୧୮ ମସିହା ପରେ ବିଦେଶରେ ପ୍ରଥମ ଶତକ ଆଶା କରାଯାଉଛି। ସେହିପରି ଶୁବମନ ଗିଲଙ୍କଠାରୁ ଏକ ଆତ୍ମବିଶ୍ବାସ ଭରା ପାଳିର ଅପେକ୍ଷା ରହିଛି ।
More Stories
ଭାରତୀୟ ଟପ୍ 5 କ୍ରିକେଟର୍
କେତେ ଟଙ୍କାରେ ମିଳିବ କ୍ରିକେଟ୍ ଟିକେଟ୍
ମ୍ୟାଚ୍ ଜିତିଲେ କେତେ ଟଙ୍କା ପାଆନ୍ତି ଖେଳାଳୀ