The Topmost

“The eyes believe themselves, the ears believe other people.”

ଆଜିଠୁ ଭାରତର ବିଶ୍ବକପ୍ ଅଭିଯାନ

ବିଶ୍ବକପ୍ ବିଗୁଲ ବାଜି ସାରିଥିବା ବେଳେ ଆଜି ଭାରତ ଆରମ୍ଭ କରିବ ଅଭିଯାନ । ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଘରୋଇ ଟିମ୍ ଭାରତ । ଅପରାହ୍ଣ ୨ଟାରୁ ଆରମ୍ଭ ହେବ ଖେଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଭାରତର ଓପନର ଶୁଭମନ ଗିଲ୍ ପ୍ରଥମ ମ୍ୟାଚରୁ ବାଦ ପଡ଼ିପାରନ୍ତି । ଗିଲଙ୍କୁ ଡେଙ୍ଗୁ ହୋଇଥିବାବେଳେ ସେ ଖେଳିବେ କି ନାହିଁ ତାହା ନିଶ୍ଚିତ ହୋଇନାହିଁ । ଯଦି ଗିଲ ନଖେଳନ୍ତି ତେବେ ତାଙ୍କ ବଦଳରେ ଇଶାନ କିଷନ ରୋହିତଙ୍କ ସହିତ ଓପନିଂ କରିପାରନ୍ତି । ଟିମରେ ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦନ ଅଶ୍ବିନୀ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ । ବିଶ୍ବକପ ଇତିହାସରେ ୫ ଥର ଚାମ୍ପିୟନ ଅଷ୍ଟ୍ରେଲିଆ । ୧୯୮୩ ଓ ୨୦୧୧ ପରେ ଭାରତ ପୁନର୍ବାର ବିଶ୍ବକପ ଜିତିବାକୁ ଆଶା ରଖିଛି । ଓ୍ବାର୍ଲ୍ଡକପରେ ଭାରତ ସମୁଦାୟ ୮୯ ମ୍ୟାଚ ଖେଳି ୫୩ଟିରେ ବିଜୟ ହାସଲ କରିଛି ।