The Topmost

“The eyes believe themselves, the ears believe other people.”

ଆଜିଠୁ ବେଙ୍ଗାଳୁରୁରେ ଦୁଇଦିନିଆ ବିରୋଧି ମେଳି

ଆଜିଠୁ ବେଙ୍ଗାଳୁରୁରେ ବିରୋଧୀ ଦଳଙ୍କ ଦୁଇଦିନିଆ ମହାମେଳି । ଆଜି ଓ ଆସନ୍ତାକାଲି ବିଜେପି ବିରୋଧରେ ରଣନୀତି କରିବେ ଅଣଏନଡିଏ ଦଳ । ବିରୋଧୀ ଦଳଙ୍କ ପ୍ରଥମ ବୈଠକ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାଗ ନେଇଥିଲେ ୧୫ଟି ଦଳର ନେତା । ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବା ବୈଠକକୁ କଂଗ୍ରେସ ଆୟୋଜନ କରୁଥିବାବେଳେ ଏଥିରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଯୋଗଦେବାର ସୂଚନା ରହିଛି । ଏହାସହ ସୋନିଆଙ୍କ ତରଫରୁ ଏକ ରାତ୍ରଭୋଜନର ଆୟୋଜନ କରାଯାଉଛି । ବୈଠକକୁ ୨୪ଟି ବିରୋଧୀ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି । ପୂର୍ବ ବୈଠକରେ ଯୋଗ ଦେଇନଥିବା ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ଫରୱାର୍ଡ ବ୍ଲକ୍‌, ଆଇୟୁଏମଏଲ ଭଳି ଦଳ ସାମିଲ ହୋଇପାରନ୍ତି । ବୈଠକରେ ଆପ ମଧ୍ୟ ଯୋଗଦେବ ବୋଲି ସୂଚନା ମିଳିଛି । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ କଂଗ୍ରେସର ସମର୍ଥନ ପରେ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ଆପ । ୨୦୨୪ ନିର୍ବାଚନରେ ବିଜେପିକୁ କିପରି ମାତ ଦିଆଯିବ ସେନେଇ ବୈଠକରେ ମାନସମନ୍ଥନ କରିବେ ବିରୋଧୀ ଦଳ ।